ଡବ୍ଲ୍ୟୁଏଚଓ ଅନୁମୋଦନ ବିନା ଓଆରଏସ ଲେବଲ ବ୍ୟବହାର କରାଯାଇପାରିବନି। ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଫଏସଏସଏଆଇ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୨ ଜୁଲାଇ ୧୪ ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ ହୋଇଛି । ବ୍ରାଣ୍ଡ ନାମରେ ଓଆରଏସକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡିବା ଅନୁମତି ବାତିଲ ହୋଇଛି । ଯଦି ଓଆରଏସ ଭୁଲ ଭାବେ ବ୍ୟବହୃତ ହୁଏ, ତେବେ ଏହା ବିପଦ ସୃଷ୍ଟି କରିପାରେ । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଓ ନିୟମାବଳୀ କଡା ଅନୁସରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
