ମାଆ ସମଲେଇକୁ ଦର୍ଶନ କରିବା ପରେ ପ୍ରକଳ୍ପର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍

ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ଆଜି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ । ସକାଳୁ ସକାଳୁ ମା ସମଲେଶ୍ବରୀଙ୍କୁ ଦର୍ଶନ କରିବା ସହିତ ସମଲେଇ ପ୍ରକଳ୍ପର ଶେଷ ସମୀକ୍ଷା କରିଛନ୍ତି |ଏହି ସମୀକ୍ଷା ବୈଠକରେ ଆରଡିସିଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗର କମିଶନର ଉପସ୍ଥିତ ଥିଲେ । ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇଥିଲେ ଫାଇଭ୍-ଟି ଅଧ୍ୟକ୍ଷ । ମା’ଙ୍କୁ ଦର୍ଶନ କରିବା ସହ ସମଲେଇ ସମଲେଇ ପ୍ରକଳ୍ପ ବୁଲି ଦେଖି ଅଗ୍ରଗତି କାଯ୍ୟର ସମୀକ୍ଷା କରିଛନ୍ତି ।

କିଭଳି ଭାବେ ଆସନ୍ତା ୨୨ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟଶେଷ ହେବ ଓ ୨୭ ତାରିଖରେ ସମଲେଇ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ ଏହା ଉପରେ ଚର୍ଚ୍ଚା କରିଥିଲେ । ତେଣୁ ଶିଘ୍ର କାମ ସାରିବାକୁ ଫାଇଭ୍-ଟି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହାନଦୀ ଭ୍ୟୁ ପଏଣ୍ଟ ବୁଲି ଦେଖିବା ସହ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

ଅଧିକ ପଢନ୍ତୁ