ଖୋଲିଲା ଶିମିଳିପାଳ । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ବ୍ୟାଘ୍ର ପ୍ରକଳ୍ପ ଭିତରେ ପଶିବାକୁ ଅନୁମତି ମିଳିଛି ।କେବଳ www.shimilipal.org ୱେବସାଇଟ ମାଧ୍ୟମରେ ବୁକିଂ କରି ନିଜର ପ୍ରବେଶ ପତ୍ର ପାଇ ପାରିବେ ।
ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ୬୦ ଟି ଗାଡିକୁ ପ୍ରବେଶ ପାଇଁ ଅନୁମତି ରହିଛି । ସକାଳ ୫ ଟାରୁ ୯ ଟା ପର୍ଯ୍ୟନ୍ତ ଯଶିପୁର ପଟୁ ତୁଳସୀବଣୀ ତନଖି ଫାଟକ ଦେଇ ୩୫ ଟି ଓ ସକାଳ ୮ ଟାରୁ ୯ ଟା ମଧ୍ୟରେ ବାରିପଦା ପଟୁ ପୀଠାବଟା ତନଖି ଫାଟକ ଦେଇ ୨୫ ଟି ପର୍ଯ୍ୟଟକଙ୍କ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ରାତ୍ରୀ ରହଣି ପାଇଁ ପର୍ଯ୍ୟଟକ ମାନେ ପୂର୍ବରୁ www.ecotourodisha.com ୱେବସାଇଟରେ ବୁକିଂ କରି ପାରିବେ ।