ପୁଣି ବଡ଼ ଧରଣର ବିମାନ ଦୁର୍ଘଟଣା: ରନଓ୍ୱେରୁ ଖସିଲା, ସିଧା ସମୁଦ୍ରରେ ପଡ଼ିଲା

ହଂକଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଛି । ଏୟାରପୋର୍ଟରେ ଅବତରଣ କରିବା ସମୟରେ କାର୍ଗୋ ବିମାନ ରନୱେରୁ ସମୁଦ୍ରରେ ଖସି ପଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ବିମାନଟି ଏକ ବୋଇଙ୍ଗ୍ ୭୪୭ ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ପରେ ବିମାନଟି ସମୁଦ୍ରରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହାସହ ବିମାନଟି ଦୁଇ ଖଣ୍ଡ ମଧ୍ୟ ହୋଇଯାଇଛି । ଯାହାକି ସ୍ପଷ୍ଟ ଭାବେ ଜଣାପଡୁଛି ।ହଂକଂ ଏୟାରପୋର୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ପ୍ଲେନରେ ଥିବା ୪ ଜଣ କ୍ର୍ୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ମୁତାବକ, ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ କଡରେ ଠିଆ ହୋଇଥିବା ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ପ୍ରବଳ ପବନ ଏବଂ ଅଞ୍ଚଳରେ ଖରାପ ପାଗ ପରିସ୍ଥିତି ଯୋଗୁଁ ଦୁର୍ଘଟଣା ପ୍ରାୟ ଭୋର ୩:୫୦ ସମୟରେ ଘଟିଥିଲା। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିମାନଟି ରନୱେରେ ଅବତରଣ କରିବା ସମୟରେ ପାଖରେ ଠିଆ ହୋଇଥିବା ଏକ ପାଟ୍ରୋଲିଂ ଯାନ ସହିତ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ବିମାନଟି ରନୱେରୁ ଖସିଯାଇ ରନୱେ ପାର ହୋଇ ସମୁଦ୍ରରେ ପଡିଯାଇଥିଲା | ମିଳିଥିବା ତଥ୍ୟ ଅନୁଯାୟୀ, ଧକ୍କା ସମୟରେ ବିମାନଟିର ବେଗ ପ୍ରାୟ ଘଣ୍ଟା ପ୍ରତି ୯୦ କିଲୋମିଟର ଥିଲା। ପ୍ରାୟ ୩୨ ବର୍ଷ ପୁରୁଣା ବିମାନଟି ଏମିରେଟ୍ସ ପାଇଁ ତୁର୍କୀ ବାହକ AirACT ଦ୍ୱାରା ପରିଚାଳିତ ହେଉଥିଲା।

ଅଧିକ ପଢନ୍ତୁ

Odisha Darpan Digital