ଭୁବନେଶ୍ୱର ୟୁନିଟ ୧ ପରିବା ବଜାରରେ ଅଗ୍ନିକାଣ୍ଡ । ୧୫ରୁ ୨୦ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି । ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଛି ।ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ତେବେ ନିଆଁ କିପରି ଲାଗିଲା ଏଯାଏଁ କାରଣ ଜଣାପଡିନାହିଁ । ନିଆଁ ଲାଗି ଜଳିଯାଇଥିବା ପରିବା ଦୋକାନୀ ଦୁଃଖରେ ଭାଙ୍ଗି ପଡିଛନ୍ତି।
