ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଜିଓ ପଲିଟିକାଲ୍ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି।। ୫ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି। ଅନ୍ୟପକ୍ଷରେ, ସପ୍ତାହ ମଧ୍ୟରେ ୩୨୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର। ଫଳରେ ଏହା ୨ ଲକ୍ଷ ଟଙ୍କା ସ୍ତର ତଳକୁ ଖସିଯାଇଛି ।ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ଖସିଥିବା ବେଳେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚଳିତ ବର୍ଷ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା ସୁନା ଏବେ ନିବେଶକଙ୍କୁ ଶକ୍ତ ଝଟକା ଦେଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଦାମ ମଙ୍ଗଳବାର ୨ ଦଶମିକ ୬ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୦୧୭ ଦଶମିକ ୨୯ ଡଲାରକୁ ଖସି ଆସିଛି । ଆମେରିକା ଗୋଲଡ ଫିଚ୍ୟୁର୍ସରେ ମଧ୍ୟ ସୁନା ଦାମ ୧ ଦଶମିକ ୯ ପ୍ରତିଶତ ହ୍ରାସ ପାଇ ଆଉନସ ପିଛା ୪୦୩୨ ଦଶମିକ ୮୦ ଡଲାରକୁ ଖସିଛି । ବୁଧବାର ସୁନା ମୂଲ୍ୟ ୧,୨୦,୫୭୫ ଟଙ୍କାକୁ ହ୍ରାସ ପାଇଛି।ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୁନା ମୂଲ୍ୟରେ ଆହୁରି ହ୍ରାସ ହୋଇପାରେ। ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନରେ ସୁନା ମୂଲ୍ୟରେ ଆହୁରି ହ୍ରାସ ହୋଇପାରେ। ଜିଓ ପଲିଟିକାଲ୍ ଟେନ୍ଶନ କମିବା ଆଶା କରାଯାଉଛି। ଭାରତ ଏବଂ ଆମେରିକା ଏବଂ ଆମେରିକା ଏବଂ ଚୀନ ମଧ୍ୟରେ ଟାରିଫ ଉତ୍ତେଜନା ହ୍ରାସ ପାଉଛି, ଯାହା ସୁନାର ଚାହିଦାରେ ହ୍ରାସ ଆଣିପାରେ। ଆଗାମୀ ଦିନରେ ସୁନା ମୂଲ୍ୟ ୧୦,୦୦୦ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଏହାର ଅର୍ଥ ହେଉଛି ସୁନାର ମୂଲ୍ୟ ୧.୧୦ ଲକ୍ଷ ରୁ ୧.୧୫ ଲକ୍ଷ ମଧ୍ୟକୁ ହ୍ରାସ ପାଇପାରେ।
