ପଶ୍ଚିମବଙ୍ଗ ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଟିଆଇ ପରେଡ ଆସନ୍ତାକାଲି କରାଯିବ । ଜେଲ୍ରେ ସମସ୍ତ ୬ ଅଭିଯୁକ୍ତଙ୍କୁ ନେଇ ଟିଆଇ ପରେଡ କରିବାକୁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେମାନଙ୍କୁ ଅକ୍ଟୋବର ୨୭ ତାରିଖରେ ପୁଣି ଥରେ କୋର୍ଟରେ ହାଜର କରାଯିବ। ସୂଚନାମୁତାବକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟା ପୀଡିତା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଗତ ୧୦ ତାରିଖ ରାତିରେ ପୀଡିତାଙ୍କୁ ବଳାତ୍କାର କରାଯାଇଥିଲା । ପୁଲିସ ଏହି ଘଟଣାରେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।
