“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ଅଭିନୟ କରିବେ ବିଲ୍ ଗେଟ୍ସ

“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ । ବିଲ୍ ଗେଟ୍ସ ଅଭିନେତ୍ରୀରୁ ରାଜନେତା ହୋଇଥିବା ସ୍ମୃତି ଇରାନୀଙ୍କ ଶୋ’ “କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ଏକ ଛୋଟ ଅଭିନୟ କରିବାକୁ ଯାଉଛନ୍ତି। ଶୋ’ର ଲାଟେଷ୍ଟ ଏପିସୋଡ୍‌ରେ ସ୍ମୃତି ଇରାନୀ ଏବଂ ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ଭିଡିଓ କଲ୍ ଦେଖାଯିବ। କାହାଣୀଟିକୁ ଦୁଇଟି ଏପିସୋଡ୍‌ରେ ବିଭକ୍ତ ହେବ, ଯାହା ସ୍ୱାସ୍ଥ୍ୟ ଏବଂ ସଚେତନତା ବିଷୟରେ ବାର୍ତ୍ତା ପ୍ରସାର କରିବା ସହିତ ମନୋରଞ୍ଜନ ପ୍ରଦାନ କରିବ।ସୂତ୍ର ଅନୁଯାୟୀ, ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦୀର୍ଘ ଦିନ ଧରି ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାମ କରିଆସୁଛି। ସୋ’ ସହିତ ଜଡ଼ିତ ସୂତ୍ରରୁ ପ୍ରକାଶ, ସେମାନେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେଇ ଏକ ଟ୍ରାକ୍ ସୁଟିଂ କରିଛନ୍ତି। ଏହି ଏପିସୋଡ୍ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହିତ ମିଳିତ ଭାବରେ ସୃଷ୍ଟି କରାଯାଇଛି, ଯାହା ବାସ୍ତବ ଦୁନିଆରେ ମଧ୍ୟ ଏହି ଦିଗରେ କାର୍ଯ୍ୟ କରେ।ସ୍ମୃତି ଇରାନୀ ନିଜେ ମଧ୍ୟ ଚାହୁଁଥିଲେ ଯେ, ଏହି ଧାରାବାହିକଟି ସାମାଜିକ ସମସ୍ୟାଗୁଡ଼ିକୁ ସମ୍ବୋଧିତ କରୁ, ଯାହା ଦ୍ଵାରା ଦର୍ଶକମାନେ ଏଥିରୁ କିଛି ଶିକ୍ଷା ଲାଭ କରିପାରିବେ । “କ୍ୟୁଙ୍କି ସାସ ଭି କଭି ବହୁ ଥି” ସର୍ବଦା ମହିଳାଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ସମସ୍ୟାକୁ ଚିତ୍ରଣ କରିଆସିଛି।

ଅଧିକ ପଢନ୍ତୁ

Odisha Darpan Digital