ଚଳିତ ବର୍ଷର ପ୍ରଥମ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ

ନୟାଗଡ଼,୧୩ା୧: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏନଏସି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ତଥା ଶିକ୍ଷାବର୍ଷର ଚତୁର୍ଥ ଶିକ୍ଷକ-ଅଭିଭାବକ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରସିଦା ଖାତୁନ୍‌ଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ମୋ’ ବିଦ୍ୟାଳୟ କମିଟି ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥିଭାବେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଏହି ଆଲୋଚନାରେ ଛାତ୍ରଛାତ୍ରୀ ମାନଙ୍କ ଶୈକ୍ଷିକ ଅଭିବୃଦ୍ଧି, ଆସନ୍ତା ବାର୍ଷିକ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା,ପିଲାମାନଙ୍କ ମାନସିକ ଚାପ ଓ ଏହାର ଦୂରୀକରଣ,କ୍ୟାରିୟର ମାର୍ଗଦର୍ଶନ ଉପରେ ପିତାମାତାଙ୍କ ନିମନ୍ତେ ଉପାଦେୟ ତଥ୍ୟ,ଶିଶୁ ଯୌନ ଅପରାଧ ସୁରକ୍ଷା ଆଇନ୍ ୨୦୧୨ ପୋକ୍ସୋ ସମ୍ବନ୍ଧୀୟ ସଚେତନତା ତଥା ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅଭିଭାବକ ମାନଙ୍କଠାରୁ ଗଠନମୂଳକ ପ୍ରସ୍ତାବ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଶିକ୍ଷକ ଲକ୍ଷ୍ମୀଧର ସାହୁ,ନବଜ୍ୟୋତି ମହାପାତ୍ର,କୈଳାସ ରଥ,ସୁଚିତ୍ରା ଦେବୀ,କାଦମ୍ବିନୀ କରଣ,ଅନୂସୟା ମିଶ୍ର,ରୋଜାଲିନ ମିଶ୍ର,ଜ୍ୟୋତିର୍ମୟୀ ରଥ,ସ୍ୱାଗତିକା ଦଳେଇ,ସୌଦାମିନୀ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଶିକ୍ଷକ ପ୍ରଦୀପ ଡାକୁଆ ଧନ୍ୟବାଦ ପ୍ରଦାନ କରିଥିଲେ ।

ଅଧିକ ପଢନ୍ତୁ