ନୂଆ ରେଳଷ୍ଟେସନ ସହ ପାସେଞ୍ଜର ଟ୍ରେନ ଲୋକାର୍ପଣ କଲେ କେନ୍ଦ୍ର ରେଳମନ୍ତ୍ରୀ

ନୀଳଗିରି ବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେଲା। ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆ ଷ୍ଟେସନ ଓ ମେମୁ ଟ୍ରେନ ଶୁଭାରମ୍ଭ କରିଛନ୍ତି।ନୀଳଗିରି ଅଞ୍ଚଳକୁ ପେସେଞ୍ଜର ଟ୍ରେନ ଚାଲିବା ନେଇ ଦାବି ହୋଇ ଆସୁଥିବା ବେଳେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ବାରମ୍ବାର ଦାବି କରିବା ସହ ଚିଠି ଲେଖି ଆସୁଥିଲେ । ଶେଷରେ ତାଙ୍କର ଦାବି ମଧ୍ୟ ପୂରଣ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରାଳୟ ।ଦୀର୍ଘ ୭୯ବର୍ଷ ପରେ ନୀଳଗିରିରୁ ଗଡ଼ିଲା ପାସେଞ୍ଜର ଟ୍ରେନ। ଏହି ଉପଲକ୍ଷେ ନୀଳଗିରିସ୍ଥିତ ଗୋପୀନାଥପୁର ଷ୍ଟେସନ ଓ ନୂଆ ଟ୍ରେନ ଫୁଲରେ ସଜେଇ ହୋଇଛି । ହଜାର ହଜାର ଅଞ୍ଚଳବାସୀ ରେଳମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି। ରାଜା ଅମଳରୁ ଏଠାରେ ରେଳଧାରଣା ପଡ଼ିଥିଲେ ମଧ୍ୟ ପାସେଞ୍ଜର ଟ୍ରେନ ଚଳାଚଳ କରିପାରୁନଥିଲା ।

ଶେଷରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଅଦମ୍ୟ ଉଦ୍ୟମ ଯୋଗୁ ଏହା ସମ୍ଭବପର ହୋଇ ପାରିଛି ଏବଂ ନୀଳଗିରିବାସୀଙ୍କ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବନି ପାରିଛି । ରେଳମନ୍ତ୍ରୀ ନୂତନ ଷ୍ଟେସନ ନିର୍ମାଣ କାର୍ଯ୍ୟର ଶୁଭ ପୂର୍ବରୁ ଦେଇ ଏହା ପ୍ରଧାନମନ୍ତ୍ରୀଙ୍କ ଅବଦାନ ବୋଲି କହିଥିଲେ । ଏଠାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ସମେତ ବିଭିନ୍ନ ରେଳ ବିଭାଗର ଅଧିକାରୀ ଉପସ୍ଥିତ ରହିଛନ୍ତି ।

ଅଧିକ ପଢନ୍ତୁ