ନୂଆପଡା ଉପନିର୍ବାଚନ: ୧୪ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା

ସରିଲା ନୂଆପଡ଼ା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ପ୍ରତ୍ୟାହାର ଅବଧି। ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା । ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଶ୍ରୀ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ଶ୍ରୀ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟି ରୁ ଶ୍ରୀ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶ୍ରୀ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଆଶ୍ରୟ ମହାନ୍ଦନ, ଇ.ଚକ୍ରାନ୍ତ ଜେନା, ଶ୍ରୀ ଭୁବନ ଲାଲ ସାହୁ, ଶ୍ରୀ କିଶୋର କୁମାର ବାଗ, ଶ୍ରୀମତୀ ନୀତା ବାଗ, ଶ୍ରୀ ଲକ୍ଷ୍ମୀକାନ୍ତ ତାଣ୍ଡି, ଶ୍ରୀ ଭକ୍ତବନ୍ଧୁ ଧରୁଆ ଓ ଶ୍ରୀ ଲୋଚନ ମାଝୀ ପ୍ରମୁଖ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ।ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ହେବାକୁ ଯାଉଥିବାବେଳେ ୧୪ ତାରିଖ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ। ​​​​​​​

ଅଧିକ ପଢନ୍ତୁ

Odisha Darpan Digital