ସୃଷ୍ଟି ହେଲା ଅବପାତ: ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ତେବେ ଆଇଏମଡିର ପୂର୍ବାନୁମାନ କହୁଛି ବାତ୍ୟା ହେଲେ ଓଡ଼ିଶାରେ କମ୍, ଆନ୍ଧ୍ର ଉପରେ ଅଧିକ ପ୍ରଭାବ ରହିବ। ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷିବ। ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନର ବେଗ ୫୦ ରୁ ୬୦ କିମି ରହିବ। ୭୦ କିମି ବେଗରେ ଝଟ୍‌କା ପବନ ବହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ଏହିସବୁ ଜିଲା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଓ ବୌଦ୍ଧ ଜିଲା ପାଇଁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ସୋମବାର ୨୭ତାରିଖରେ ରାଜ୍ୟର ସମସ୍ତ ଜିଲାକୁ ୟୋଲେ ୱାର୍ନିଂ ଏବଂ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital