ମାଆର ଦୁଃଖ ସହିନପାରି ଜୀବନ ହାରିଲେ ପୁଅ, ମୃତ୍ୟୁ ପୂର୍ବରୁ ମାଆଙ୍କ ପାଇଁ ….

ମା’ର ରୋଗ ଯନ୍ତ୍ରଣା ସହି ନପାରି ବୁର୍ଲା ପାୱାର କେନାଲକୁ ଡେଇଁ ପଡ଼ିଥିଲେ ଯୁବକ। ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମାଆ କର୍କଟ ରୋଗରେ ପିଡୀତ ହୋଇ ନେଫ୍ରୋଲୋଜି ବିଭାଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗର ପଡ଼ାର ସୌରଭ ସମ୍ବିତ ତ୍ରିପାଠୀ କର୍କଟ ଆକ୍ରାନ୍ତ ମା’ଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ରୋଗ ବଢ଼ିଯାଇଥିବା ବେଳେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୌରଭ ହସ୍ପିଟାଲରେ ରହି ପୁଅ ମା’ର ସେବା କରୁଥିଲେ । ମାତ୍ର ଦିନକୁ ଦିନ ଯନ୍ତ୍ରଣାରେ ସେ ଅଧିକ ଛଟପଟ ହେଲେ । ଏହା ସହି ନ ପାରି ସୌରଭ ମା’ଙ୍କ ମୋବାଇଲକୁ ଗତ ଅକ୍ଟୋବର ୨୨ ତାରିଖରେ ହୃଦୟ ବିଦାରକ ମେସେଜ୍‌ ପଠାଇଥିଲେ । “ମାଆ ମୁଁ ତୁମ ଦୁଃଖ ଦେଖି ପାରୁନି ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି ” ଏହାପରେ ରହସ୍ୟଜନକ ଭାବେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସତ୍ତ୍ଵେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ଶେଷରେ ବୁର୍ଲା ଥାନାରେ ନିଖୋଜ ଅଭିଯୋଗ କରିଥିଲେ । ସୌରଭ ଦେଇଥିବା ମେସେଜ୍‌ ଆଧାରରେ ପୁଲିସ ଓ ଅଗ୍ନିଶମ ବାହିନୀ ପାୱାର କେନାଲ ଏବଂ ଆଖପାଖ ଅଞ୍ଚଳରେ ଖୋଜା ଖୋଜି କରିଥିଲା। ଆଜି ସକାଳୁ ସକାଳୁ ସୌରଭଙ୍କ ମୃତଦେହ ଚିପିଲିମା କେନାଲରୁ ଉଦ୍ଧାର କରାଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital