ପ୍ରେମ ପାଇଁ ପ୍ରେମୀଯୁଗଳଙ୍କ ନିଜ ଜୀବନ ତ୍ୟାଗ କଲେ

କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ଅଭାବନୀୟ ଘଟଣା ଘଟିଛି। ଆମ୍ବତୋଟାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକାଙ୍କ ଓଢ଼ଣୀ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି ସେହି ଗ୍ରାମର ମହେନ୍ଦ୍ର ହିକ୍କା ଏବଂ ଯୁବନ୍ତୀ ମୁସ୍କା। ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ। ଆଜି ଗାଁ ମୁଣ୍ଡ ଆମ୍ବତୋଟା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତଦେହ ଗ୍ରାମବାସୀ ଦେଖିବାକୁ ପାଇଥିଲେ।

ଏହାପରେ ସ୍ଥାନୀୟଲୋକେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିଛି ।ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ କାରଣ ଜଣାପଡିନାହିଁ ।ବିବାହକୁ ନେଇ ପରିବାର ଲୋକ ଅରାଜି ହେବାରୁ ଉଭୟ ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ସେପଟେ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢନ୍ତୁ

kc ads