ବାତ୍ୟା ମୋନ୍ଥା ପାଇଁ +୨ ଫର୍ମ ପୂରଣ ଅବଧି ବୃଦ୍ଧି

ବାତ୍ୟା ମୋନ୍ଥା ପାଇଁ +୨ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି କରାଯାଇଛି । ତେବେ ୨୦୨୬, +୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ ।ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା । ଶେଷରେ ଅନେକ କଲେଜ ବୋର୍ଡକୁ ତାରିଖ ଅବଧିକୁ ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ । କଲେଜଙ୍କ ଆବେଦନକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ତାରିଖ ନଭେମ୍ବର ୩ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

ଅଧିକ ପଢନ୍ତୁ

Odisha Darpan Digital