ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ | ବହୁ ଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ |ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ। ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ସୂରେଶ ପୂଜାରୀ । ସବୁ ବିଭାଗ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭୂସ୍ଖଳନରୁ କେହି କ୍ଷତିଗ୍ରସ୍ତ ନ ହୁଅନ୍ତୁ ବ୍ୟବସ୍ଥା କରାଯାଇଥିଲା । ୧୯ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିଲା । ୨ ହଜାରରୁ ଅଧିକ ଗର୍ଭବତୀଙ୍କୁ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ଖୁବ୍ କମ ସମୟ ମଧ୍ୟରେ ରାସ୍ତା ଅବରୋଧ ହଟାଯାଇଥିଲା ବୋଲି କହିଛନ୍ତି ମନ୍ତ୍ରୀ ସୂରେଶ ପୂଜାରୀ ।
