ଏଆଇସିସି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରାଯାଇଛି। କମିଟିରେ ଜଣେ ଅଧ୍ୟକ୍ଷଙ୍କ ସହ ୧୮ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ କମିଟିର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଜୟ ପଟ୍ଟନାୟକ, ସପ୍ତଗିରି ଉଲ୍ଲାକା, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ଅନନ୍ତ ସେଠୀ, ଡ.ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ଅମିତା ବିଶ୍ୱାଳ, ଅଜୟନ୍ତୀ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ମାନସ ଚୌଧିରୀ, ସସ୍ମିତା ବେହେରା ଓ ଶୁଭେନ୍ଦୁ ମହାନ୍ତି କମିଟି ସଦସ୍ୟ ରହିଛନ୍ତି। କିନ୍ତୁ କମିଟିରୁ ବାଦ ପଡ଼ିବା ପରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ କ୍ଷୋଭ ।
କହିଲେ- କଂଗ୍ରେସର ଆମେ ଛୋଟ ଏବଂ ଅଯୋଗ୍ୟ ନେତା ହୋଇଥିବାରୁ ଦଳ ଆମକୁ କମିଟିରେ ସ୍ଥାନ ଦେଇନାହିଁ । ଅନ୍ୟପଟେ ତାରା କିନ୍ତୁ କମିଟିର ବାଦ ପଡ଼ିବା ପରେ ଦୁଇ ଦିନ ଅପେକ୍ଷା କରନ୍ତୁ କହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି । ଏଆଇସିସି ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିଟିକୁ ନେଇ କଂଗ୍ରେସ ରାଜନୀତି ଗରମ ହୋଇଛି ।