ରାୟଗଡ଼ା ଜିଲ୍ଲା ସମ୍ମିଳନୀ କକ୍ଷରେ କୋରାପୁଟ କେନ୍ଦ୍ର ସମବାୟ
ବ୍ୟାଙ୍କର ୭୫ତମ ବାର୍ଷିକ ସାଧାରଣ ସଭା, ବ୍ୟାଙ୍କର ସଭାପତି ଇଂ. ଶ୍ରୀଯୁକ୍ତ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ସାଧାରଣ ସଭାରେ ବ୍ୟାଙ୍କର ଅଂଶୀଦାର ବିଭିନ୍ନ ସମବାୟ ସମିତି ତରଫରୁ ମନୋନୀତ ପ୍ରତିନିଧ୍ ବୃନ୍ଦ, ବ୍ୟାଙ୍କ ପରିଚାଳନା ପରିଷଦର ଉପ ସଭାପତି ସୁଶ୍ରୀ ଦୁରୁପୁତା ଭତ୍ରା ସମେତ ନିର୍ଦ୍ଦେଶକ ବୃନ୍ଦ, ଉପ ନିବନ୍ଧକ ସମବାୟ ସମିତି ସମୂହ, ଜୟପୁର ବିଭାଜନ ଓ ରାୟଗଡା ବିଭାଜନ, ବ୍ୟାଙ୍କର ସମ୍ପାଦକ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ମଲିକ ଏବଂ ବ୍ୟାଙ୍କର କର୍ମକର୍ତ୍ତାଗଣ ଯୋଗଦାନ କରିଥିଲେ । ବ୍ୟାଙ୍କର ସମ୍ପାଦକ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ମଲିକ ବିବଦ୍ଧ ଭାବରେ ସଭାରେ ସଭାପତିତ୍ବ କରିବା ପାଇଁ ବ୍ୟାଙ୍କର ସଭାପତି ଇଂ. ଶ୍ରୀଯୁକ୍ତ ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ମହୋଦୟଙ୍କୁ ଅନୁରୋଧ କରିଥିଲେ । ସଭା କାର୍ଯ୍ୟରେ ଅଧ୍ଯକ୍ଷତା କରି ଇଂ. ଶ୍ରୀଯୁକ୍ତ ପାଣିଗ୍ରାହୀ ପ୍ରାରମ୍ଭିକ ଅଭିଭାଷଣରେ ବ୍ୟାଙ୍କର ବିଭିନ୍ନ ଗୁରୁତ୍ତ୍ୱପୂର୍ଣ ବିଷୟ ଗୁଡିକ ଉପରେ ଆଲୋକପାତ କରିଥିଲେ । ବୃହତ୍ତାକାର ବହୁମୂଖୀ ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ କୃଷି ଋଣ ପ୍ରଦାନ, ମହିଳା ସଶକ୍ତିକରଣ ଦିଗରେ ସ୍ବୟଂ-ସହାୟକ ଗୋଷ୍ଠୀ ଗଠନ ଓ ଋଣ ପ୍ରଦାନ, ଯୁଗ୍ମ ଦେୟ ଗୋଷ୍ଠୀ ମାଧ୍ଯମରେ ଭାଗଚାଷୀମାନଙ୍କୁ ରଣ ପ୍ରଦାନ, ଓଡ଼ିଶା ସରକାରଙ୍କ ଯୋଜନାବଦ୍ଧ ବିଭିନ୍ନ ଋଣ ପ୍ରଦାନ ଏତଦ ବ୍ୟତୀତ ବ୍ୟାଙ୍କରେ କାର୍ଯ୍ୟକାରୀ କରୁଥିବା ନୂତନ ପରିକଳ୍ପିତ ବାସଗୃହ ଓ ବାସଗୃହ ମରାମତି ଋଣ, ସମ୍ପତି ଆଧାରିତ ରଣ, ସୁନା ବନ୍ଧକ ରଣ, ବ୍ୟବସାୟ ସକାଶେ ଋଣ ପ୍ରଦାନ କାର୍ଯ୍ୟ ବିଷୟରେ ଅଂଶୀଦାରମାନଙ୍କୁ ସୂଚନା ପ୍ରଦାନ କରିଥିଲେ ଓ ଏହି ପରିପ୍ରେକ୍ଷୀରେ ଉପସ୍ଥିତ ପ୍ରତିନିଧି ମାନେ ସହଯୋଗ ଅବ୍ୟାହତ ରଖିବାକୁ ଅନୁରୋଧ କରିଥିଲେ।
