ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଥିଲା ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ।ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ । ହଜାର ହଜାର ଭକ୍ତ ରାତ୍ରୀରେ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀକୂଳ ଘାଟରେ ପୋଲିସ, ଅଗ୍ନିଶମବିଭାଗ, ଓଡ୍ରାଫ ଟିମ ମୁତାୟନ ହୋଇଥିଲେ । ପୀଠରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ତଦାରଖ କରିଥିଲେ ।
