ବାଇକରେ ଯାଉଥିବାବେଳେ ଗୁଡି ସୂତା ଲାଗି ୨ ଜଣ ଆହତ

ସରକାରଙ୍କ କଟକଣା ପରେ ମଧ୍ୟ ମାଞ୍ଜାସୂତା ବ୍ୟବହାରରେ ରୋକ ଲାଗି ପାରିନାହିଁ। ଫଳରେ ସୋମବାର ସକାଳୁ ସକାଳୁ କଟକରେ ଚାଇନା ଗୁଡ଼ି ସୂତା ଲାଗି ୨ ବାଇକ ଆରୋହୀ ଆହତ ହୋଇଛନ୍ତି।ବାଇକରେ ଆସୁଥିବାବେଳେ ବାଲିକୁଦା ଛକରେ ସୂତା ଲାଗିଥିବାର ସୂଚନା ମିଳିଛି। ଜଣେ ଯୁବକଙ୍କ ବେକରେ ଲାଗିବା ସହ ଅନ୍ୟ ଜଣଙ୍କ ହାତ ପାପୁଲିରେ ଗଭୀର ଆଘତ ଲାଗିଛି । ୨ ଆହତ ଯୁବକ ନିଆଳି ଅଞ୍ଚଳର । ବାଇକ ଯୋଗେ ସେମାନେ ନିଆଳିରୁ କଟକ ଆସୁଥିଲେ ।ଓଡ଼ିଆ ସଂସ୍କୃତିର ମହାନ୍‌ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି।

କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା। ଗୁଡ଼ି ଉଡ଼ାଇବାବେଳେ ଅନ୍ୟ ଜଣଙ୍କର ଗୁଡ଼ିକୁ ଯଦି କାଟି ଦିଆଯାଇପାରେ ତା’ହେଲେ ସିଏ ନେବ ଜିତାପଟ। ଏହି ପ୍ରତିଦ୍ୱନ୍ଦ୍ୱିତାରେ ମୁଖ୍ୟ କାର୍ପଟଦାର ହେଲା ଗୁଡ଼ି ଉଡ଼ାରେ ବ୍ୟବହୃତ ମାଞ୍ଜାସୂତା। ପ୍ରତିବର୍ଷ ମାଞ୍ଜାସୂତା ଲାଗି ଲୋକଙ୍କ ବେକ ଓ ଅନ୍ୟାନ୍ୟ ଅଙ୍ଗ କଟି ଯାଉଥିବାବେଳେ ପ୍ରାଣହାନିର ଆଶଙ୍କା ରହିଛି।ଗୁଡି ଉଡା ପାଇଁ ଚାଇନା ସୂଚନା ବ୍ୟାନ୍ ହୋଇଥିବାବେଳେ ଏହା କିପରି ମାର୍କେଟରେ ମିଳୁଛି ଏବଂ ଗୁଡି ଉଡାରେ ବ୍ୟବହାର ହେଉଛି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଧିକ ପଢନ୍ତୁ