ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପୁରୀରେ କଡ଼ା ସୁରକ୍ଷା ।

ପୁରୀରେ ପହଁଚିଲେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି । ଟିକିନିଖି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଡିଜି । ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ପୁରୀରେ ୪ ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଛି । ବରିଷ୍ଠ ଅଫିସରଙ୍କ ସହ ୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୪ଟି ବୋମା ନିଷ୍କ୍ରିୟକାରୀ ଟିମ୍ ମୁତୟନ ହେବେ ।ହେଲିପ୍ୟାଡ୍, ଶ୍ରୀସେତୁ, ସମଙ୍ଗ ପାର୍କିଂ, ଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ନେଇ ଅନୁଧ୍ୟାନ କରୁଛନ୍ତି ।ଶୃଙ୍ଖଳିତ ଦର୍ଶନ ପାଇଁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ ହୋଇଛି । କଣ୍ଟ୍ରୋଲ ରୁମ୍ ମନିଟରିଂ ପାଇଁ ବରିଷ୍ଠ ଅଧିକାରୀ ମୁତୟନ ହେବେ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି |ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ ।

ଏଥିପାଇଁ ଆଜିଠାରୁ ବାହାର ରାଜ୍ୟରୁ ଅତିଥି ଆସି ପହଞ୍ଚିବେ । ସେମାନଙ୍କ ରହଣୀ ଓ ଆତିଥ୍ୟତା ନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ଉତ୍ତର ପାର୍ଶ୍ଵ ମଠ ସମ୍ମୁଖରେ ଅଡିଟୋରିୟମ୍ ମଧ୍ୟ ପ୍ରସ୍ତୁତ ହୋଇଛି । ଶ୍ରୀ ସେତୁ ଓ ଶ୍ରୀ ମାର୍ଗର ପରୀକ୍ଷଣ ଅଧିକାରୀଙ୍କ ଉପସ୍ଥିତିରେ କରାଯାଇଛି । ଆଜିଠାରୁ ତିନି ଦିନ ବ୍ୟାପୀ ଯଜ୍ଞ ଆରମ୍ଭ ହେଉଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ଶେଷ ହୋଇଛି । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ