ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। କୋର୍ଟ ପୁଷ୍କରରାଜ ସବରୱାଲଙ୍କ ଆବେଦନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ପୁଅ ସୁମିତ ବୋଇଂ 787 ଡ୍ରିମଲାଇନର ପାଇଲଟ-ଇନ-କମାଣ୍ଡ ଥିଲେ। କୋର୍ଟ କେନ୍ଦ୍ର ସରକାର ଏବଂ ସିଭିଲ ଏଭିଏସନ ନିୟାମକ (DGCA)କୁ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ଦୁର୍ଘଟଣା ପାଇଁ ପାଇଲଟ-ଇନ-କମାଣ୍ଡଙ୍କୁ ଦାୟୀ କରାଯାଇପାରିବ ନାହିଁ।ଏହି ଦୁର୍ଘଟଣାରେ ପାଇଲଟ୍, କ୍ରୁ ସଦସ୍ୟ ଏବଂ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣେ ଯାତ୍ରୀ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଦୁର୍ଘଟଣା ପରେ ଏୟାର ଇଣ୍ଡିଆର ପାଇଲଟ୍ ସୁମିତ ସବରୱାଲଙ୍କୁ ଘଟଣା ପାଇଁ ଦୋଷ ଦିଆଯାଉଛି।। ଦୁର୍ଘଟଣାରେ ପ୍ରାଣହରାଇଥିବା ପୁଅ ବିରୋଧରେ ଏଭଳି ଅଭିଯୋଗ ଶୁଣିବା ପରେ ପାଇଲଟଙ୍କ ବୃଦ୍ଧ ବାପା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି।
