ଇଣ୍ଡିଆନ ରୋଡ୍ସ କଂଗ୍ରେସରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କ ସମ୍ବୋଧନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ଦେଶରେ ସଡ଼କ ନିର୍ମାଣରେ ଦ୍ରୁତ ବିକାଶ ହୋଇଛି । ବିଭାଗ ପାଖରେ ୧୫ ଲକ୍ଷ କୋଟି ଟଙ୍କା ପଡ଼ିରହିଛି ବୋଲି ଗଡ଼କରୀ କହିଛନ୍ତି । ‘ଅର୍ଥର କୌଣସି ଅଭାବ ନାହିଁ, ମୁଖ୍ୟ ସମସ୍ୟା ହେଉଛି ଖର୍ଚ୍ଚ କରିବା’ । ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସଡ଼କ ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି । ଏଥି ସହିତ ସେ କହିଛନ୍ତି ଯେ, ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବର୍ଜ୍ୟବସ୍ତୁକୁ ବ୍ୟବହାର କରି ସଡ଼କ ନିର୍ମାଣ କରାଯାଉଛି। ତେଣୁ, ଭୁବନେଶ୍ୱରର କଠିନ ବର୍ଜ୍ୟବସ୍ତୁକୁ ସଡ଼କ ନିର୍ମାଣ କ୍ଷେତ୍ରରେ ଉପଯୋଗ କରି ସ୍ୱଚ୍ଛ ଭୁବନେଶ୍ୱର ଗଠନ କରିବାକୁ ପରାମର୍ଶ ଦେଇଛନ୍ତି ।ପାଇଲଟ ପ୍ରୋଜେକ୍ଟ ରେ ଆମେ ଓଡିଶା ସମେତ କିଛି ରାଜ୍ୟରେ ଯାନ ଚଳେଇବା ପାଇଁ ନିଷ୍ପତ୍ତି ନେଇଛୁ । ଏହା ହେଉଛି ଭବିଷ୍ୟତ। ସେହି ଅନୁପାତରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଛି । ବର୍ଷକୁ ୧ ଲକ୍ଷ ୮୦ ହଜାର ଜୀବନ ଯାଉଛି ସଡକ ଦୁର୍ଘଟଣାରେ । ସଡକ ସୁରକ୍ଷା କୁ ବିଶେଷ ଗୁରୁତ୍ଵ ଦିଆଯିବା ଉଚିତ। ସଡକ ସୁରକ୍ଷା ଆଇନ୍ ପ୍ରତି ଲୋକଙ୍କ ଭୟ ନାହିଁ।
ଆମକୁ ସଚେତନ କରିବାକୁ ହେବ। ଏଥିକ୍ସ, ଇକୋନମି, ଇକୋଲଜି ଏବଂ ପରିବେଶ । ଏହାକୁ ଅଗ୍ରାଧିକାର ଦିଆଯିବା ଉଚିତ। ନଡ଼ା ଓ ବାଉଁଶରୁ ଇନ୍ଧନ ପ୍ରସ୍ତୁତ ହୋଇପାରିବ। ତାକୁ ଓଡିଶା ସରକାର ପ୍ରୋତ୍ସାହନ କରିବା ଉଚିତ୍। ପ୍ରସ୍ତାବିତ ଭୁବନେଶ୍ଵର ରିଂ ରୋଡ ନିର୍ମାଣ ରେ ଆଖାପାଖର ଆବର୍ଜନା ବ୍ୟବହାର ହେବ।
