ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆସନ୍ତାକାଲି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। BSE, ଓଡ଼ିଶା ଅନୁସାରେ, ସମସ୍ତ ରେଗୁଲାର [ସ୍କୁଲ୍ ରେଜିଷ୍ଟ୍ରେସନ୍ (SR) ଏବଂ କ୍ୱାସି ରେଜିଷ୍ଟ୍ରେସନ୍], ଏକ୍ସ-ରେଗୁଲାର (ER), କରେସପଣ୍ଡେନ୍ସ କୋର୍ସ ରେଗୁଲାର (CR) ଏବଂ କରେସପଣ୍ଡେନ୍ସ କୋର୍ସ ଏକ୍ସ-ରେଗୁଲାର (CER) ପ୍ରାର୍ଥୀ ବାର୍ଷିକ ପରୀକ୍ଷା ପାଇଁ ସେମାନଙ୍କର ଫର୍ମ ପୂରଣ କରିପାରିବେ । ଓଡିଶା ମାଟ୍ରିକ୍ ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣ ପାଇଁ ଅନଲାଇନ୍ ଲିଙ୍କ୍ ଏବଂ ନିର୍ଦ୍ଦେଶାବଳୀ ବୋର୍ଡ ଦ୍ୱାରା ସରକାରୀ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ କରାଯିବ।ବିଦ୍ୟାର୍ଥୀମାନେ ଆବଶ୍ୟକସ୍ଥଳରେ ନିଜନିଜର ଶିକ୍ଷକମାନଙ୍କର ସହାୟତା ନେଇପାରିବେ।
