ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ୍‌ ମଜୁମଦାର

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର । କିଛି ଦିନ ଧରି ଭୁବନେଶ୍ବର ଏମ୍ସର ଭେଣ୍ଟିଲେଟରରେ ଚିକିତ୍ସିତ ହେବା ପରେ ସୋମବାର ସେ ଭେଣ୍ଟିଲେଟରରୁ ବାହାରିଛନ୍ତି । ସେ ମେଡିସିନ୍‌ ଓ୍ବାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିଜିତ୍‌ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ କଟକରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ କୋମାରେ ରହିଛନ୍ତି। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

ଅଧିକ ପଢନ୍ତୁ

Odisha Darpan Digital