ଅବତରଣ ସମୟରେ ଦୁଇ ଖଣ୍ଡ ହୋଇଗଲା ହେଲିକପ୍ଟର, ୫ ମୃତ

ରୁଷର ଡାଗେସ୍ତାନ ଅଞ୍ଚଳରେ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା । ପ୍ରତିରକ୍ଷା ଶିଳ୍ପ ସହିତ ଜଡ଼ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । ନିକଟରେ ସମୁଦ୍ର ଥିଲେ ହେଁ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ପାଣିରେ ଅବତରଣ କରିବାରେ ବିଫଳ ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ କିଜଲିଆର ଇଲେକଟ୍ରୋ ମେକାନିକାର ପ୍ଲାଣ୍ଟର କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।ଖବର ଅନୁଯାୟୀ, ହେଲିକପ୍ଟରଟି କିଜଲ୍ୟାରରୁ ଇଜବର୍ବାଶ ଅଭିମୁଖେ ଯାଉଥିବା ବେଳେ ଆକାଶରେ ନିଆଁ ଲାଗିଯାଇଥିଲା । ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଇଛି, ହେଲିକପ୍ଟରଟି ତଳେ ପଡ଼ିବା ପୂର୍ବରୁ ଏହାର ପଛ ଅଂଶ ଭାଙ୍ଗି ଅଲଗା ହୋଇଯାଇଥିଲା । ଘଟଣାର ତଦନ୍ତ ପାଇଁ ରୁଷର ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି ନିର୍ଦ୍ଦେଶ ଦେଇଛି ।

ଅଧିକ ପଢନ୍ତୁ

Odisha Darpan Digital