କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ପରଲୋକ ହୋଇଛି। ସୋମବାର ରାଜେଶ୍ବରୀବେନ ମୁମ୍ବାଇର ଏକ ହସ୍ପିଟାଲରେ ଶେଷ ନିଶ୍ବାସ ନେଇଛନ୍ତି।ବଡ଼ଭଉଣୀଙ୍କ ମୃତ୍ୟୁ ଖବର ପାଇ ଅମିତ ଶାହ ଗୁଜରାଟରେ ତାଙ୍କର ସମସ୍ତ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ତୁରନ୍ତ ବାତିଲ କରିଦେଇଛନ୍ତି। ଅମିତ ଶାହ ମକର ସଂକ୍ରାନ୍ତି ପର୍ବ ପାଳନ ପାଇଁ ଅହମ୍ମଦାବାଦରେ ପହଞ୍ଚିଥିଲେ କିନ୍ତୁ ହଠାତ୍ ତାଙ୍କ ବଡ଼ ଭଉଣୀଙ୍କ ଦେହାନ୍ତ ଖବର ଆସିଥିଲା।କିଛି ମାସ ପୂର୍ବରୁ ହିଁ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ବରୀବେନଙ୍କ ଫୁସ୍ଫୁସ୍ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା।
ଫୁସ୍ଫୁସ୍ ଟ୍ରାନ୍ସପ୍ଲାଣ୍ଟ୍ ପରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଉ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହସ୍ପିଟାଲରେ ହିଁ ତାଙ୍କର ପରଲୋକ ହୋଇଛି।