ତହସିଲଦାରଙ୍କୁ ମିଳିଲା ପୁରୁଣା କବଲା ସଂଶୋଧନ କ୍ଷମତା

ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ବର୍ତ୍ତମାନ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣିଥିବା ଜମିର ପଟ୍ଟା (RoR) ବନ୍ଦୋବସ୍ତ ଅଧିକାରୀ (Settlement Officer) କ୍ରେତାଙ୍କ ନାମରେ କରିଥାଆନ୍ତି। କିନ୍ତୁ ଯଦି କୌଣସି କାରଣ ଯୋଗୁ ବନ୍ଦୋବସ୍ତ ପ୍ରକ୍ରିୟାରେ(Settlement Operation) ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନ ଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ (Revision Court)ରେ ଅପିଲ୍ କରିଥାନ୍ତି ।

ଅତ୍ୟଧିକ କାର୍ଯ୍ୟଭାର ଯୋଗୁ, ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହିଥାଏ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ ଉପରୋକ୍ତ ନିୟମ ସଂଶୋଧନ ଦ୍ବାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ।ଏହା ପୂର୍ବରୁ ରାଜ୍ୟରେ ଜମି କିଣାବିକାକୁ ସରଳ କରିବା ଉଦ୍ଦେଶ୍ୟରେ ତହସିଲ ଅଫିସରେ ସବରେଜିଷ୍ଟ୍ରି ଅଫିସର ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଏବଂ ଡିସେମ୍ବର ସୁଦ୍ଧା ମୋଟ୍ ୨୭୩ଟି ତହସିଲ ଅଫିସରେ ଏହି ସେବା ଆରମ୍ଭ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital