ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୋଳତାଡ଼ ଜାରି । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ 

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । ଗତ ମଙ୍ଗଳବାର ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।ତେବେ ଜବତ ହୋଇଥିବା ଦୁଇ ବନ୍ଧୁକ ୯-ଏମ ଏମ ବୋଲି ଜଣାପଡ଼ିଛି । ପୀତବାସ ହତ୍ୟା ମାମଲାରେ ମୋଟ ୧୬ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,କର୍ପୋରେଟର ମଳୟ ବିଷୋୟୀ, ଆଇନଜୀବୀ ମଦନ ଦଳାଇ ଓ ସୁନିଲ ହୋତାଙ୍କ ପାଇଁ ଆଇନଜୀବୀମାନେ କୋର୍ଟରେ ୱାକାଲତନାମା ଦାଖଲ କରିଛନ୍ତି । ସେପଟେ ଜେଲରେ ଥିବା ବିଜେଡି ନେତା ବିକ୍ରମ ପଣ୍ଡା ଏବଂ କର୍ପୋରେଟର ମଳୟ ବିଶୋଇଙ୍କୁ ଘର ଖାଦ୍ୟ ଯୋଗାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ । ପରେ ଏସଡିଜେଏମ୍ ଏହାର ଶୁଣାଣି କରି ବିକ୍ରମ ଓ ମଳୟଙ୍କୁ ଜେଲ ଭିତରେ ଆବଶ୍ୟକସ୍ଥଳେ ଘର ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ବାହାରର କୌଣସି ଖାଦ୍ୟ ଯୋଗାଣର ଆବଶ୍ୟକତା ନ ଥିବା ଜେଲ କର୍ତ୍ତୃପକ୍ଷ କୋର୍ଟକୁ ଜଣାଇଛନ୍ତି ।

ଅଧିକ ପଢନ୍ତୁ

Odisha Darpan Digital