ପୁଣି ଇସ୍କନର ମନମାନୀ, ଆସନ୍ତା୨୩ ରେ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା

ପୁଣି ଇସ୍କନର ମନମାନୀ । ଆସନ୍ତା୨୩ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି EXIT-6ରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି ।। ତେବେ ଏହି ଘଟଣାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଇସ୍କନ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ଇସ୍କନ ଅନୁଷ୍ଠାନ ସନାତମ ଧର୍ମର ନୀତି ବିରୋଧରେ କାମ କରୁଛି। ତିଥି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରି ବିଦେଶରେ ପାଣିପାଗ, ବିଦେଶରେ ଛୁଟି ତଥା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ରଥଯାତ୍ରା ପାଳନ କରୁଛି। ରଥଯାତ୍ରା ବ୍ୟତୀତ ଅନ୍ୟ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗର୍ଭଗୃହରୁ ବାହାରକୁ ଆଣି ରଥଯାତ୍ରା କରୁଛି। ଯାହାକି ଶାସ୍ତ୍ର ବିରୋଧୀ।

ଅଧିକ ପଢନ୍ତୁ

Odisha Darpan Digital