ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲା, ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଲା

ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଲା । ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଶଙ୍କର ପୃଷ୍ଟି ସମେତ ମୋଟ ୭ ଜଣଙ୍କ ଜାମିନ ଆବେଦନର ଶୁଣାଣି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ଆଜି ହେବାର ଥିଲା l ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ଶଙ୍କର ପୃଷ୍ଟିଙ୍କ ସମେତ ସୁରେଶ ନାୟକ, ଅରବିନ୍ଦ ଦାସଙ୍କ ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚିଲା lଏସଆଇ ନିଯୁକ୍ତି ସ୍କାମରେ ସଂଗଠିତ ଅପରାଧର ସାଙ୍ଘାତିକ ସୁରାକ । ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ । ଏପଟେ ବୁଧବାର ଶଙ୍କରର ସହଯୋଗୀ ସାଗର ଗୌଡକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ କ୍ୟାମ୍ପସରେ ଥିବା କ୍ବାର୍ଟର ନମ୍ବର F1 ରେ ରହୁଥିଲା ସାଗର। ଦୀଘା ସହ ବାଲେଶ୍ୱର ମଡ୍ୟୁଲ ସମ୍ଭାଳୁଥିଲା ସାଗର । ସାଗର ଜରିଆରେ ହିଁ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ।

ଅଧିକ ପଢନ୍ତୁ

Odisha Darpan Digital