ରାସ୍ତାକଡ଼ ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ପେଟ୍ରୋଲ ପମ୍ପନିକଟରେ ନବଜାତକୁ ଛାଡ଼ି ପଳାଇଗଲେ ପରିବାର ଲୋକ । ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ପେଟ୍ରୋଲ ପମ୍ପରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁଟିକୁ କିଏ ଓ କାହିଁକି ଛାଡ଼ି ଚାଲିଯାଇଛି ସେନେଇ ସୂଚନା ମିଳିନି ।ଶିଶୁକନ୍ୟାକୁ ଧାମରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି lସୋମବାର ମକର ସଂକ୍ରାନ୍ତି ଅବସରରେ ଧାମରାର ଅଧିଷ୍ଠାତ୍ରୀ ଦେବୀ ମା’ ଧାମରାଇଙ୍କ ପବିତ୍ର ପର୍ବ ପାଇଁ ନାହିଁ ନଥିବା ଭିଡ଼ ହୋଇଥିଲା। ଦିନ ତମାମ ସବୁଆଡ଼େ ଗହଳି ଚହଳି ଲାଗି ରହିଥିଲା।

ସୋମବାର ରାତିରେ ଧାମରା ଠାରୁ ମାତ୍ର ପାଞ୍ଚ ଶହ ମିଟର ଦୂର ପେଟ୍ରୋଲ ପମ୍ପ ନିକଟରେ କେହି ଏକ ନବଜାତ ଶିଶୁକନ୍ୟାକୁ ଫିଙ୍ଗି ଚାଲିଯାଇଥିଲା। ଯାହା ଏବେ ଚର୍ଚ୍ଚା ବିଷୟ ଅଟେ | ନିରୀହ ଶିଶୁର କି ଦୋଷ ଯେ ତା ସହିତ ଏଭଳି ଅହିତ କାର୍ଯ୍ୟ କରାଯାଉଛି |

ଅଧିକ ପଢନ୍ତୁ

Odisha Darpan Digital