ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା

ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଖଇରଗୁରା ଏବଂ କୁମୁରିଆସ୍ଥିତ ବଡ଼ଖଳା, ସାନଖଳା ଓ ନୂଆଖଳାରେ ମଙ୍ଗଳବାର ଶୁଳିଆ ଯାତ୍ରା ଆରମ୍ଭ ହୋଇଯାଇଛି। ଯାତ୍ରା କୁ ଓଡିଶା ବହୁ ଜିଲ୍ଲା ସହ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ଛତିଶଗଡ଼ରୁ ମଧ୍ୟ ଭକ୍ତ ଆସିଥାନ୍ତି। ତେବେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ତେବେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଉଭୟ ଖଳାରେ ମାନସିକଧାରୀ ପଶୁ ପକ୍ଷୀ ବଳି ଦେଇଛନ୍ତି। ଫଳରେ ଶୁଳିଆ ପୀଠ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରକ୍ତ ରଞ୍ଜିତ ହୋଇପଡିଛି। କିଛି ବର୍ଷ ହେବ ବଳି ପ୍ରଥା ବନ୍ଦ କରିବାକୁ ବଲାଙ୍ଗୀର ପୁଲିସ ପଦକ୍ଷେପ ନେଇଥିଲା। ହେଲେ କିଛି ସୁଫଳ ମିଳିନଥିଲା। ବଳିପ୍ରଥାକୁ ନେଇ ଏଠାରେ କୌଣସି କଟକଣା ନାହିଁ। ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ନିଶିପୂଜା କରିଥିଲେ I ଆଦିବାସୀଙ୍କ ବେଶଭୂଷା ଓ ପାରମ୍ପରିକ ବାଦ୍ୟଯନ୍ତ୍ରରେ ସୁସଜ୍ଜିତ ଶୋଭାଯାତ୍ରାରେ ବଡଖଳାକୁ ପୂଜାରୀ ଆସିଥିଲେ । ସେଠାରେ ପୂଜା କାର୍ଯ୍ୟ କରି ବରୁଆ ଦେହରେ ଦେବତାଙ୍କୁ ବରଣ କରାଯାଇଥିଲା ।

ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା I ପରେ ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟରେ ବଳି ଦିଆଯାଇଛି I

ଅଧିକ ପଢନ୍ତୁ

Odisha Darpan Digital