ମଙ୍ଗଳବାର ନଗର ବୁଲିବେ ମହାରାଜ କଂସ

ଉଦ୍‌ଘାଟିତ ହୋଇଯାଇଛି ୭୬ ତମ ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ରେ ମହାରାଜ କଂସଙ୍କ ଶାସନ। ଏହାସହ ବରଗଡ଼ ର ସମସ୍ତ ଜନ ସାଧାରଣ ପାଲଟି ଯାଇଛନ୍ତି ଏହି ମୁକ୍ତାକାଶ ରଙ୍ଗମଞ୍ଚର ଜଣେ ଜଣେ କଳାକାର।ଗତକାଲି ଉଦ୍ଘାଟନୀ ଦିବସରେ ରାଜକୀୟ ଆଡମ୍ବର ସହ ଦେବକୀ-ବାସୁଦେବଙ୍କ ବିବାହ ହୋଇଥିଲା । ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇଥିବାରୁ ଦୁଖଃତ ହୋଇପଡ଼ିଛନ୍ତି କଂସ । ଭଉଣୀ ଦେବକୀଙ୍କୁ ଶାଶୂଘରେ ଛାଡ଼ିବାକୁ ଆନନ୍ଦର ସହ ଯିବାସମୟରେ କଂସଙ୍କୁ ଶୁଭିଛି ଦୈବବାଣୀ ।

ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ତାର ମୃତ୍ୟୁର କାରଣ ହେବ ବୋଲି ଦୈବୀବାଣି ଶୁଣିବାପରେ କ୍ରୋଧିତ ହୋଇପଡ଼ିଛନ୍ତି କଂସ । ସେ ଦେବକୀ-ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରି ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରିବା ସହ ନିଜେ ମଥୁରା ନଗରୀର ରାଜସିଂହାସନ ଆରୋହଣ କରିଛନ୍ତି । ଏହିଭଳି ୧୧ ଦିନ ଚାଲିବ କଂସ ଓ କୃଷ୍ଣଙ୍କ ଲଢେଇ |

ଅଧିକ ପଢନ୍ତୁ