ସଙ୍ଗୀତଧାରା ଭକ୍ତିସଙ୍ଗୀତ ପ୍ରତିଯୋଗିତା, ସେମି ଫାଇନାଲକୁ ଗଲେ ୧୩

ନୟାଗଡ଼,(ଓଡ଼ିଶା ଦର୍ପଣ): ‘ସଙ୍ଗୀତଧାରା’ ନୟାଗଡ଼ ପକ୍ଷରୁ ଜିଲ୍ଲାସ୍ତରୀୟ  ପ୍ରଥମ ପର୍ଯ୍ୟାୟ ଭକ୍ତି ସଙ୍ଗୀତ ପ୍ରତିଯୋଗିତାର ଦଶପଲ୍ଲା ବ୍ଲକ ଅଡିସନ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ,ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇଯାଇଛି।  ପ୍ରତିଯୋଗିତାକୁ ଦଶପଲ୍ଲା ବ୍ଲକ ଶିକ୍ଷାଧିକାରୀ ଭକ୍ତି ବିନୋଦ ସଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଏହି ପ୍ରତିଯୋଗିତାରେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସଂଗୀତାନୁଷ୍ଠାନ ମାନଙ୍କରୁ ୧୪ ରୁ ୨୪ବର୍ଷ ବୟସର ୨୨ଜଣ କଣ୍ଠଶିଳ୍ପୀ  ଅଂଶ ଗ୍ରହଣ କରିଥିଲେ। ସଙ୍ଗୀତ ପ୍ରତିଯୋଗିତାରେ ବିଚାରକ ଭାବେ ସୁରଗନ୍ଧର୍ବ ନବକିଶୋର ମିଶ୍ର,ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର କୁମାର ଦାଶ  ପ୍ରମୁଖ ଯୋଗଦାନ କରି ଶ୍ରେଷ୍ଠ  ୧୩ ଜଣ କଣ୍ଠଶିଳ୍ପୀଙ୍କୁ ସେମି ଫାଇନାଲ ପର୍ଯ୍ୟାୟ ପାଇଁ ଚୟନ କରିଥିଲେ। ଏହି କଣ୍ଠଶିଳ୍ପୀ ମାନେ ହେଲେ ଶ୍ରୁତି ସୁଲଗ୍ନା,ଆକାଶ ମହାପାତ୍ର, ମଞ୍ଜିତା ସୁବୁଦ୍ଧି,ଶୁଭସ୍ମିତା ପଣ୍ଡା,ରୁଚି ନାୟକ, ଚିନ୍ମୟୀ ବାରିକ,ମନତୋଷ ସାହୁ, ଡଲି ସାହୁ,ଶର୍ମିଷ୍ଠା ଶାସନି,ଅଲିଭା ଡାକୁଆ,ପ୍ରଜ୍ଞା ବେହେରା ଏବଂ ଜିନିଭା ଡାକୁଆ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଦସ୍ୟ ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ମଲ୍ଲ, ବିଘ୍ନେଶ୍ୱର ବେହେରା, ଲକ୍ଷ୍ମୀଧର ସାହୁ, କୁରେଶ ସାହୁ,ଶୁଭଶ୍ରୀ ସନମ ପ୍ରମୁଖ ସହଯୋଗ କରିଥିଲେ। ସୂଚନା ଯୋଗ୍ୟଯେ ଜିଲ୍ଲାର ସମସ୍ତ ୮ଟି ବ୍ଳକରେ କଣ୍ଠଶିଳ୍ପୀ ମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଏଥିରୁ ମନୋନୀତ ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ  ‘ନୟାଗଡ଼ ସଙ୍ଗୀତ କଲ୍ଲୋଳ’ ଉପାଧି ସହିତ ନଗଦ ୧୧ ହଜାର ଟଙ୍କା ପୁରସ୍କାର ଅର୍ଥରାଶି ଏବଂ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ କ୍ରମାନ୍ୱୟେ ୫ ହଜାର ଏବଂ ୩ ହଜାର ଅର୍ଥରାଶି ପୁରସ୍କାର ସହିତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯିବ।By:Laxmidhar Sahoo

ଅଧିକ ପଢନ୍ତୁ

Odisha Darpan Digital