ବାଂଲାଦେଶୀ ନାବାଳିକା ଚାଲାଣ ମାମଲା;୧୦ ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଆଇଏ ଚାର୍ଜସିଟ୍‌

ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ।ସୂଚନା ଅନୁସାରେ ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ। ତଦନ୍ତ ସମୟରେ ଏନ୍‌ଆଇଏ ମାନବ ଚାଲାଣ ରାକେଟ୍‌ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶା ପୁଲିସ ଆରମ୍ଭରୁ ପୋକ୍ସୋ କୋର୍ଟରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା। ପ୍ରମାଣ ହସ୍ତଗତ ହେଲା ପରେ ଏନ୍‌ଆଇଏ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।୨୦୨୪ ମସିହା ନଭେମ୍ୱର ୯ ତାରିଖରେ କଟକ ମଧୁପାଟଣା ଅଞ୍ଚଳ ଲିଙ୍କ୍‌ରୋଡରୁ ନାବାଳିକା ଉଦ୍ଧାର ହେବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ନାବାଳିକାର ବୟାନ ଆଧାରରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା । ନାବାଳିକା ଜଣକ ବାଂଲାଦେଶୀ ହୋଇଥିବାରୁ ଓ ମାମଲା ମାନବ ଚାଲାଣ ସହ ସଂପୃକ୍ତ ଥିବାରୁ ତଦନ୍ତ ଭାର ନେଇଥିଲା ଏନଆଇଏ। ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବା ପରେ ବାଂଲାଦେଶରୁ ପଶ୍ଚିମବଙ୍ଗ ଓଡ଼ିଶାରେ ଏକ ବଡ଼ ଧରଣ ଯୁବତୀ ଚାଲାଣର ରାକେଟ ଚାଲିଥିବା ଜାଣିପାରିଥିଲା।

ଅଧିକ ପଢନ୍ତୁ

Odisha Darpan Digital