ଆଜି ଆସିବ ପିଏମ୍ କିଷାନ ଟଙ୍କା

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ବୁଧବାର ପ୍ରେରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨,୦୦୦ ଟଙ୍କା ଲେଖାଏ ପଠାଇବେ। ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ୍‌ କିଷାନରେ ପଞ୍ଜୀକୃତ ହୋଇ ଥିବା ଚାଷୀ ଇ-କଓ୍ବୋଇସି କରିବା ବାଧ୍ୟତାମୂଳକ। ଚାଷୀମାନେ ପିଏମ୍‌-କିଷାନ ପୋର୍ଟାଲରେ ଏହା କରିପାରିବେ। ଏଥିସହିତ ନିକଟସ୍ଥ ଜନସେବା କେନ୍ଦ୍ରରେ ବାୟୋମେଟ୍ରିକ୍‌ ଇ-କଓ୍ବୋଇସି ହୋଇପାରିବ।କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଗତ ଅଗଷ୍ଟ ୨ ତାରିଖରେ ୨୦ ତମ କିସ୍ତି ପ୍ରଦାନ କରିଥିଲେ । ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରନ୍ତି । ଏହି ୬୦୦୦ ଟଙ୍କା ପ୍ରତି ୪ ମାସରେ ୨ ହଜାର ଟଙ୍କାର ୩ ଟି କିସ୍ତି ଆକାରରେ ଚାଷୀମାନଙ୍କୁ ଦିଆଯାଏ ।

ଅଧିକ ପଢନ୍ତୁ

Odisha Darpan Digital