ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା । ବନ୍ଧା ହେଲେ ଏୟାର ଫୋର୍ସର ଯବାନ । ଗୋଲକ ବିହାରୀ ଦିକ୍ଷିତଙ୍କୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କଲା ବଡଗଡ ଥାନା ପୋଲିସ । ସେ ଲଦାଖରେ କାର୍ଯ୍ୟରତ ଥିଲେ। ବଡଗଡ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।
ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ଗୋଲକଙ୍କର ପ୍ରେମ ସମ୍ପର୍କଗଢି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୁଲିସ୍ ତାଙ୍କୁ ଗିରଫ କରିଛି । । ବିଏନଏସ୍ ର ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।ଆସନ୍ତାକାଲି ଅଭିଯୁକ୍ତ ଜଣକ ଲଦାଖ ଯିବାକୁ ଯୋଜନା କରୁଥିବାବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
