ଲାଞ୍ଚ ନେବା ମହଙ୍ଗା ପଡିଲା : ଅବକାରୀ ଅଧିକ୍ଷକ ଓ ଏଏସ୍ଆଇ ଗିରଫ

ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗ ଅଫିସର ଇନଚାର୍ଜ ବିଜୟ ମହାନ୍ତି । ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ ଟିମ୍ । ବୁଧବାର ଏଭଳି ଏକ ଘଟଣାକ୍ରମରେ ଓଡ଼ିଶା ଭିଜିଲାନ୍ସ ହାତରେ କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ଏବଂ ଚମ୍ପୁଆ ଅବକାରୀ ଷ୍ଟେଶନ ଦାୟିତ୍ୱରେ ଥିବା ଅଧିକାରୀ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ବିଜୟ କୁମାର ମହାନ୍ତ ଧରାପଡ଼ିଛନ୍ତି।ସେମାନେ ଚମ୍ପୁଆ ବ୍ଲକ ସରେଇ ଗ୍ରାମର ବିଧୁ ଭୂଷଣ ପତି ନାମକ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ତାଙ୍କ ବ୍ୟବସାୟ ସୁରୁଖୁରୁରେ ଚଳାଇବା ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଙ୍କ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି। ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital