ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ, ଅଳ୍ପକେ ବର୍ତ୍ତିଲା ୨୫ ଯାତ୍ରୀଙ୍କ ଜୀବନ

ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ । ବିଜୟନଗରମରୁ ମାଲକାନଗିରି ଆସୁଥିବାବେଳେ ଡ୍ରାଇଭର ପି, ସାଇକୃଷ୍ଣଙ୍କୁ ହୃଦଘାତ ହୋଇଥିଲା । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତା କଡରେ ବସଟିକୁ ସାଇଡ୍ କରିଦେଇଥିଲେ ।ସୂଚନା ମୁତାବକ, ବୁଧବାର ରାତ୍ର ୧୦ ଟାରେ ଆନ୍ଦ୍ରପ୍ରଦେଶର ବିଜୟନଗରମ ବସଷ୍ଟାଣ୍ଡ ଠାରୁ ମାଲକାନଗିରି ଅଭିମୁଖେ ଓଏସଆରଟିସି ବସ ଛାଡିଥିଲା । ରାତ୍ର ଦୁଇଟାରେ ବସ୍ଟି କୋରାପୁଟ ଜିଲ୍ଲା କୁନ୍ଦୁଲି ଶିମିଳିଗୁଡା ରାସ୍ତାରେ ଚାଲୁ ଥିବାବେଳେ ହଠାତ ବସ୍ ଡ୍ରାଇଭର ପି. ସାଇ କ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅସହ୍ୟ ଯନ୍ତ୍ରଣା ହେବା ସତ୍ତ୍ୱେ ଗାଡ଼ିଟିକୁ ଜଙ୍ଗଲ ରାସ୍ତା ପାର କରି ରାସ୍ତା କଡ଼ରେ ଥିବା ଏକ ଦୋକାନ ନିକଟରେ ରଖିଥିଲେ । ତେବେ ବସ୍ କଣ୍ଡକ୍ଟର ବାଲାଜୀ ନାୟକ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ପି. ସାଇ କ୍ରିଷ୍ଣାଙ୍କୁ କୋରାପୁଟ ହସ୍ପିଟାଲକୁ ନେଇ ଯାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ପି.ସାଇ କ୍ରିଷ୍ଣାଙ୍କର ବୁଧବାର ମଧ୍ୟ ରାତ୍ରରେ ମୃତ୍ୟୁ ହୋଇଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital