ପାଟନାର ଐତିହାସିକ ଗାନ୍ଧୀ ମଇଦାନରେ ଦଶମ ଥର ପାଇଁ ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଭାଜପାର ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏନଡିଏ ନିଜର ଶକ୍ତି ପ୍ରଦର୍ଶନ କରିଥିଲା।ଶପଥ ଗ୍ରହଣ ଉତ୍ସବ ପରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିବା ଏବେ ଏକ ଆଲୋଚନାର ବିଷୟ ପାଲଟିଛି।
ପିଏମ ମୋଦି ପାଟନା ବିମାନବନ୍ଦରକୁ ଫେରିବା ସମୟରେ ନୀତିଶ କୁମାର ବ୍ୟକ୍ତିଗତ ଭାବରେ ତାଙ୍କୁ ବିଦାୟ ଦେବାକୁ ଯାଇଥିଲେ, ଯେତେବେଳେ କି ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦ ଛୁଇଁବା ପାଇଁ ନଇଁ ପଡ଼ିଥିଲେ । ହେଲେ ପ୍ରଧାନମନ୍ତ୍ରୀ ତୁରନ୍ତ ତାଙ୍କୁ ଅଟକାଇ ଦେଇଥିଲେ, ଯାହା ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ରାଜନୈତିକ ଶିଷ୍ଟାଚାର ଉପରେ ମଧ୍ୟ ବିତର୍କ ଆରମ୍ଭ ହୋଇଛି ।
