ଲକ୍ଷ୍ମୀ ଯୋଜନାରେ ଆସନ୍ତା ୧୮ ତାରିଖରୁ ୧୫ ଜିଲାରୁ ଓଏସ୍ଆର୍ଟିସି ପକ୍ଷରୁ ପୁରୀକୁ ସ୍ବତନ୍ତ୍ର ଏସି ବସ୍ ଆରମ୍ଭ ହେବ। ପରିକ୍ରମା ପ୍ରକଳ୍ପର ଉଦ୍ଘାଟନ ଅବସରରେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଚାଲିବ। ଏସି ଡିଲକ୍ସ ଲକଜୁରିଅସ ବସରେ ଶ୍ରଦ୍ଧାଳୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ସୁବିଧାରେ ଫେରିପାରିବେ । ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ । ସବୁ ବସ ଭୁବନେଶ୍ବର ଦେଇ ଯିବ । ଏହାଦ୍ବାରା ଜିଲ୍ଲା ମୁଖ୍ୟାଳୟରୁ ଶ୍ରୀକ୍ଷେତ୍ର ଆସି ଜଗନ୍ନାଥ ଦର୍ଶନର ସୁଯୋଗ ମିଳିବ ।
ଲକ୍ଷ୍ମୀ ଯୋଜନାର ଟାୟାର-୧ ଅନୁଯାୟୀ ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳ କରିବ। ଟାୟାର-୨ ଅନୁଯାୟୀ ପ୍ରତ୍ୟେକ ବ୍ଲକସ୍ତରରୁ ଜିଲାକୁ ଲକ୍ଷ୍ମୀ ଯୋଜନାରେ ବସ୍ ଚାଲିବ। ଟାୟାର-୩ ଅନୁଯାୟୀ ପ୍ରତ୍ୟେକ ଜିଲାରୁ ଭୁବନେଶ୍ୱର ଦେଇ କିଛି ସ୍ବତନ୍ତ୍ର ସ୍ଥାନକୁ ବସ୍ ଚଳାଚଳ କରିବ।ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗୀର, ବରଗଡ, ଗଜପତି, ଗଞ୍ଜାମ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନାଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗ଼ଡା, ସମ୍ବଲପୁର ଏବଂ ସୁନ୍ଦରଗଡରୁ ପୁରୀକୁ ବସ୍ ଚଳାଚଳ କରିବ।