ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି । ଏହି ୧୫ ଦିନିଆ ଅଭିଯାନର ପ୍ରଥମ ଚାରି ଦିନରେ ପରିବହନ ବିଭାଗ ଦ୍ୱାରା ୧୨ ହଜାର ୧୫୫ ଇ-ଚାଲାଣ କଟାଯାଇଛି । ଏ ବାବଦରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।
ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ଗାଡ଼ିଚାଳକଙ୍କ ବିରୋଧରେ ପ୍ରଥମ ଚାରି ଦିନରେ ୩ ହଜାର ୮୫୮ ଇ-ଚାଲାଣ କଟାଯାଇଛି । ସେହିଭଳି ବିନା ହେଲମେଟ୍ରେ ଦୁଇଚକିଆରେ ଯାଉଥିବାରୁ ୩୨୧୩ ଇ-ଚାଲାଣ କଟାଯାଇଛି । ବିନା ସିଟ୍ବେଲ୍ଟରେ ୨୯୨୧, ଗାଡ଼ି ଚଲାଇବାବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୪୯୮, ନିଶାସକ୍ତ ହୋଇ ଗାଡ଼ି ଚଲାଉଥିବା ଯୋଗୁଁ ୧୩୫, ଦୁଇଚକିଆରେ ଦୁଇରୁ ଅଧିକ ଯାଉଥିବାରୁ ୬୨୮, ବିପରୀତ ଦିଗରେ ଗାଡ଼ି ଚଲାଉଥିବାରୁ ୨୩୬, ବେଆଇନ ପାର୍କିଂ ଯୋଗୁଁ ୬୬୬ ଇ-ଚାଲାଣ କଟାଯାଇଛି । ଏହି ବାବଦକୁ ୨ କୋଟିରୁ ଅଧିକ ଟଙ୍କା ଜରିମାନା କରାଯାଇଛି ।
