ଦିନିକିଆ ସିରିଜ୍‌ରେ ବାଦ ପଡ଼ିଲେ ୫ ଧୁରନ୍ଧର କ୍ରିକେଟର୍‌ !

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏଥିରେ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେ ଆହତ ହୋଇ ବାଦ ପଡିଥିବା ଶୁଭମନ ଗିଲ୍ ଏବଂ ଉପ ଅଧିନାୟକ ଶ୍ରେୟସ ଆୟରଙ୍କ ଜାଗାରେ ଦଳର ନେତୃତ୍ୱ ନେବେ । ତେବେ ଏହି ଦଳରୁ ଅପ୍ରତ୍ୟାଶିତ ଭାବରେ ୫ ଜଣ ଷ୍ଟାର୍‌ ଖେଳାଳିଙ୍କୁ ବାଦ୍‌ ଦେଇଛି ବିସିସିଆଇ । କେହି ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ କେହି ଫର୍ମରେ ନଥିବାରୁ ଟିମ୍‌ରେ ସାମିଲ ହୋଇପାରିନାହାନ୍ତି । ତେବେ କିଛି ଖେଳାଳିଙ୍କ ଭଲ ପ୍ରଦର୍ଶନ ସତ୍ତ୍ୱେ ସେମାନଙ୍କୁ ଟିମ୍‌ରୁ ବାଦ୍‌ ଦେଇଛି ବିସିସିଆଇ । ଗିଲ ଏବେ ବେକରେ ଆଘାତ ଜନିତ କାରଣରୁ ବିଶ୍ରାମ ନେଉଛନ୍ତି । ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟା , ମୋହମ୍ମଦ ସାମି , ଅକ୍ଷର ପଟେଲ ଦିନିକିଆ ଦଳରେ ସାମିଲ କରାଯାଇନି ।

ଅଧିକ ପଢନ୍ତୁ