ସମ୍ବଲପୁରକୁ ଆସିବେ ୪ ମହାବଳ lମହାବଳ ବାଘଙ୍କ ପାଇଁ ନିର୍ମାଣ ହେବ ୧୫୦୦ ବର୍ଗମିଟରର ଟାଇଗର ଏନକ୍ଲୋଜର lସମ୍ବଲପୁର ଡିୟର ପାର୍କ ୨୦୨୩ରେ ଚିଡିଆଖାନାର ମାନ୍ୟତା ପାଇଥିଲା । ଏବେ ୧୭ ପ୍ରଜାତିର ବନ୍ୟପ୍ରାଣୀ ସମ୍ବଲପୁର ଚିଡିଆଖାନାରେ ରହିଛନ୍ତି । ଏକ କଲରାପତରିଆ ବାଘ ମଧ୍ୟ ଚିଡିଆଖାନାର ଶୋଭା ବଢ଼ାଉଛି l ସୋମବାର ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନ୍ତ୍ରୀ ରବି ନାଏକ ମଧ୍ୟ ଉପସ୍ଥିତ ରହିଛନ୍ତି lସେହିପରି ମଗର ଓ ଘଡ଼ିଆଳ ପ୍ରଜାତିର କୁମ୍ଭୀର ମଧ୍ୟ ସମ୍ବଲପୁର ଚିଡିଆଖାନାରେ ରହିବେ l ତାଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଏନକ୍ଲୋଜର ନିର୍ମାଣ ହେବ lଏଥିପାଇଁ ପୂର୍ବରୁ ନ୍ୟାସନାଲ ଜୁ ଅଥରିଟି ଅନୁମତି ପ୍ରଦାନ କରିସାରିଛି l
