ସମ୍ପୂର୍ଣ୍ଣ ହେଲା ଅଯୋଧ୍ୟା ରାମମନ୍ଦିର ନିର୍ମାଣ : ମନ୍ଦିର ଚୂଡ଼ାରେ ଲାଗିଲା ଧର୍ମଧ୍ବଜା

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଉଡ଼ିଲା ଧର୍ମଧ୍ବଜା । ଧର୍ମଧ୍ବଜା ସ୍ଥାପନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡୁଛି ଗେରୁଆ ରଙ୍ଗର ପତାକା। ପତାକାରେ ରହିଛି ଉଜ୍ଜ୍ୱଳ ‘ସୂର୍ଯ୍ୟ’ ଓ ଲେଖାଯାଇଛି ‘ଓମ୍‌’ ।ଅଯୋଧ୍ୟାରେ ରାମ ମନ୍ଦିରର ପତାକା ଉତ୍ତୋଳନ ସମାରୋହ ସମୟରେ, ରାମପଥ, ଭକ୍ତିପଥ, ଧର୍ମପଥ ଏବଂ ଜନ୍ମଭୂମି ପଥ ସମେତ ରାସ୍ତା ଏବଂ ଗଳିରେ ରାମ ଧ୍ୱନି ଗୁଞ୍ଜରିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗମନର ଆନନ୍ଦରେ ଭକ୍ତମାନେ ଉଲ୍ଲସିତ। ଭୂମି ପୂଜନ ଏବଂ ପ୍ରାଣ ପ୍ରତିଷ୍ଠା ପରେ, ସମସ୍ତେ ଏବେ ରାମ ମନ୍ଦିରର ପତାକା ଉତ୍ତୋଳନ ଉତ୍ସବରେ ନିଜକୁ ସାମିଲ କରି ଧନ୍ୟ ମନେ କରିଛନ୍ତି। ତେବେ ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ ହୋଇଛି । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା କରାଯାଇଛି । ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍। ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି। ଧର୍ମଧ୍ବଜାରେ ରହିଛି କାଞ୍ଚନ ଗଛର ପ୍ରତିଛବି । ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ଧର୍ମଧ୍ବଜା

ଅଧିକ ପଢନ୍ତୁ