ପ୍ରେମ ସଜାଇଲା ବାଇକ୍ ଚୋର। ପ୍ରେମିକାକୁ ଖୁସି କରିବା ନିଶାରେ ଜଣେ ଯୁବକ ରାଜଧାନୀରେ ବାଇକ୍ ଚୋରି କରି ପୋଲିସ ଜାଲରେ ଧରାପଡ଼ିଛନ୍ତି।ଅଭିଯୁକ୍ତ ଯୁବକ ଜଣକ ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଏକ ସୁପର ବାଇକ୍ ଚୋରି କରିଥିଲେ। ଚୋରି ବାଇକ୍ରେ ଗାର୍ଲଫ୍ରେଣ୍ଡକୁ ବସାଇ ରାଜଧାନୀରେ ବୁଲାଉଥିବା ବେଳେ ପୋଲିସ ତାଙ୍କୁ ପିଛା କରିଥିଲା। ପରେ ଦୁହେଁ ସହରସାରା ବୁଲି ଆଇଜି ପାର୍କରେ ସମୟ ବିତାଉଥିବା ବେଳେ ପୋଲିସ ସେମାନଙ୍କୁ କାବୁ କରିଥିଲା।ପୁଲିସ୍ ଚୋରି ହୋଇଥିବା ସୁପର ବାଇକ୍କୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଅଟକ ରଖିଛି।ତେବେ ପଚରାଉଚରା ପରେ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ଛାଡ଼ି ଦିଆଯାଇଛି।ତେବେ ପ୍ରେମ ପାଇଁ ଯୁବକ ଜଣଙ୍କ ବାଇକ ଚୋରି କରିଥିଲା ବୋଲି ସ୍ୱିକାର କରିଛି ।
