ଖଣି ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ: ଖଣି ମନ୍ତ୍ରୀ ବିଭୂତି ଜେନା

ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ। ଏନେଇ କଠୋର ଚେତାବନୀ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା ।ବାଲି ମାଫିଆଙ୍କୁ ଦମନ କରିବା ପାଇଁ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମ୍ପତ୍ତି ଜନ ସାଧାରଣଙ୍କ ରୟାଲଟିକୁ ଲୁଟ୍ ହେବାକୁ ସରକାର ଦେବେ ନାହିଁ ବୋଲି କହିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ନୂଆ ଆଇନକୁ କଡାକଡି ଭାବେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗାଡି ଜବତ କରାଯାଇଛି । ଆଗକୁ ଆହୁରି ବଡା ଧରଣର ଆକ୍ସନ ହେବ କହିଛନ୍ତି ବିଭୂତି ଜେନା ।

ଅଧିକ ପଢନ୍ତୁ