ଭାରତକୁ ମିଳିଲା ୨୦୩୦ କମନଓ୍ବେଲ୍ଥ ଗେମ୍ସ ଆୟୋଜନ ଦାୟିତ୍ବ

ପୁଣି ଭାରତରେ ହେବ କମନଓ୍ବେଲ୍ଥ ଗେମ୍ସ । ୨୦୩୦ କମନଓ୍ବେଲ୍ଥ ଗେମ୍ସ ଆୟୋଜନ ଦାୟିତ୍ବ ଭାରତକୁ ମିଳିଛି । ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ କମନଓ୍ବେଲ୍ଥ ସ୍ପୋର୍ଟ୍ସ ଜେନେରାଲ ଆସେମ୍ବ୍ଲିର ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।ବୈଠକରେ ଭାରତର ଅହମ୍ମଦାବାଦ ସହରରେ ଏହାକୁ ଆୟୋଜନ ପାଇଁ ଔପଚାରିକ ମଞ୍ଜୁରୀ ମିଳିଛି । ଭାରତ ମଧ୍ୟ ୨୦୩୬ ଅଲିମ୍ପିକ୍ ଗେମ୍ସ ଆୟୋଜନ ପାଇଁ ଏକ ଦାବିଦାର ରହିଛି। ତେଣୁ, ୨୦୩୦ ରାଜ୍ୟଗୋଷ୍ଠୀ ଗେମ୍ସ ଆୟୋଜନ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଭାରତ ଶେଷ ଥର ପାଇଁ ୨୦୧୦ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିଥିଲା। ଏହା ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପରବର୍ତ୍ତୀ ସଂସ୍କରଣ ୨୦୨୬ ମସିହାରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଅନୁଷ୍ଠିତ ହେବ। ତେଣୁ, ଗ୍ଲାସଗୋରେ ଚାଲିଥିବା ବୈଠକରୁ ପରବର୍ତ୍ତୀ ଖେଳର ଆନୁଷ୍ଠାନିକ ଘୋଷଣା କରାଯାଇଛି।

ଅଧିକ ପଢନ୍ତୁ