ଦୁଇ କୋଟିରୁ ଅଧିକ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କଲା UIDAI

ନିଷ୍କ୍ରିୟ ହେଲା ୨ କୋଟି ଆଧାର ନମ୍ବର। ଦୁଇ କୋଟିରୁ ଅଧିକ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କଲା UIDAI । ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ଦେଶବ୍ୟାପୀ ଚଳାଉଥିବା ଆଧାର ସ୍ୱଚ୍ଛ ଅଭିଯାନରେ ମୃତ୍ୟୁବରଣ କରିଥିବା୨କୋଟିରୁ ଅଧିକଲୋକଙ୍କର ଆଧାର ନମ୍ବରକୁ ନିଷ୍କ୍ରିୟ କରିଛି। ଆଧାର ଡାଟାବେସର ଅଖଣ୍ଡତାକୁ ସୁରକ୍ଷିତ ରଖିବା ଏବଂ ପରିଚୟ ପ୍ରମାଣପତ୍ରର ଅପବ୍ୟବହାରକୁ ରୋକିବା ପାଇଁ ଏହି ପଦକ୍ଷେପର ନିଆଯାଇଛି ବୋଲି ସରକାର ସୂଚନା ଦେଇଛନ୍ତି।କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଲେ କଲ୍ୟାଣକାରୀ ଲାଭ ପାଇବା ପାଇଁ ସମ୍ଭାବ୍ୟ ପରିଚୟ ଜାଲିଆତି କିମ୍ବା ଆଧାର ନମ୍ବରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଆଧାର ନମ୍ବରକୁ ନିଷ୍କ୍ରିୟ କରିବା ଆବଶ୍ୟକ। ପରିବାର ସଦସ୍ୟଙ୍କ ଦ୍ୱାରା ଦାଖଲ କରାଯାଇଥିବା ସୂଚନାର ଯାଞ୍ଚ ପ୍ରକ୍ରିୟା ଅନୁସରଣ କରି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ନିଷ୍କ୍ରିୟ କିମ୍ବା ଅନ୍ୟଥା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।

ଅଧିକ ପଢନ୍ତୁ